ପ୍ରାଚୀନ ଭାରତର ସଭ୍ୟତା ଓ ଶିକ୍ଷା ପ୍ରଣାଳୀ ଅତୁଳନୀୟ,ସଂପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ଓ ସର୍ବାଙ୍ଗୀନ ବିକାଶରେ ଗୁରୁତ୍ବ ଦେଉଥିବାର ସ୍ରୋତ ଏହି ଶିକ୍ଷା ପଦ୍ଧତି।ଗୁରୁକୁଳ ବ୍ୟବସ୍ଥା ସହିତ ପ୍ରାଚୀନତମ ବିଶ୍ଵବିଦ୍ୟାଳୟର ସ୍ଥାପନା ଏହି ଶିକ୍ଷା ପଦ୍ଧତିର ଜ୍ବଳନ୍ତ ଉଦାହରଣ।ତକ୍ଷଶିଳା ଓ ନାଳନ୍ଦା ବିଶ୍ଵବିଦ୍ୟାଳୟ ଭାରତୀୟ ଶିକ୍ଷା ପଦ୍ଧତିର ଉତ୍କୃଷ୍ଟ ଗୁଣବତ୍ତାର ପରିଚୟ।କିନ୍ତୁ ବାରମ୍ବାର ବିଦେଶୀ ଆକ୍ରମଣ ଏହି ପଦ୍ଧତିକୁ ପ୍ରଭାବିତ କରିଥିଲା।ପଞ୍ଚ ଶତାବ୍ଦୀରେ ନିର୍ମାଣ ହୋଇଥିବା ନାଳନ୍ଦା ବିଶ୍ଵବିଦ୍ୟାଳୟ ଏହାର ଏକ ଉଦାହରଣ।ବିଶେଷଜ୍ଞ ମାନଙ୍କର ମତାନୁସାରେ ନାଳନ୍ଦାରେ ଥିବା ପୁସ୍ତକମାନ ଆଉ ଦସ୍ତାବିଜ ଆଜିର ପରିପ୍ରେକ୍ଷୀରେ ସମସ୍ତ ବିଜ୍ଞାନ ଓ ତଥ୍ୟର ମୂଳ ଲେଖା ହୋଇଛି।ତେବେ ୧୧୯୩ ମସିହାରେ ବକ୍ତିଆର୍ ଖିଲଜି ନାମକ ତୁର୍କୀ ସେନାପତି ନାଳନ୍ଦା ବିଶ୍ଵବିଦ୍ୟାଳୟକୁ ଧ୍ଵଂସ କରିବାକୁ ଚେଷ୍ଟା କଲା।ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଏହାର ପ୍ରଭାବ ଆମ ଉପରେ ପଡ଼ିଥିଲା।ଯେଉଁ ସ୍ଥାନରେ ଶିକ୍ଷା ଉପରେ ଶାସକ ନିଜର ଅଧିକାର ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତି ସେଇଠି ଶିକ୍ଷା ବ୍ୟବସ୍ଥା ନଗ୍ୟଣ ହେବା ସହିତ ସମାଜ ମଧ୍ୟ କୁପ୍ରଭାବିତ ହୋଇଥାଏ।ଶିକ୍ଷା ବ୍ୟବସ୍ଥାର ସ୍ୱରୂପ ଶିକ୍ଷାବିତ ମାନଙ୍କ ଦ୍ଵାରା ହିଁ ନିର୍ମାଣ ହୋଇ ପାରିବ ଏହାର ଉଦାହରଣ ହେଉଛି ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଯାହା ଦୀର୍ଘ ଚାରିବର୍ଷର ଚର୍ଚ୍ଚା ଓ କସ୍ତୁରୀ ରଙ୍ଗନାଥନ ଭଳି ମହାନ୍ ବୈଜ୍ଞାନିକଙ୍କ ଅଧ୍ୟକ୍ଷତାରେ ତିଆରି ହୋଇଛି।ତେବେ ଯଦି ଶାସକ ମାନେ ନିଜର ବିଚାରର ବିସ୍ତାର ଓ ରାଜନୈତିକ ଉଦ୍ଦେଶ୍ୟ ପାଇଁ ଶିକ୍ଷାର ସାହାରା ନିଅନ୍ତି ତାହେଲେ ଶିକ୍ଷା ବ୍ୟବସ୍ଥା ନଷ୍ଟ ହେବା ସହିତ ସମାଜ ମଧ୍ୟ ପ୍ରଭାବିତ ହୋଇଥାଏ।
ଗତ କିଛି ଦିନ ତଳେ ରାଜ୍ଯ ସରକାର ବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନ ନାମରେ ଏକ ଅଧ୍ୟାଦେଶ ଆଣିଲେ।ବିନା ଆଲୋଚନା ଓ ଚର୍ଚ୍ଚା ରେ ଏହାକୁ ତୁରନ୍ତ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଦେଲେ।ଏହି ଅଧ୍ୟାଦେଶ କଣ?ଏହି ଅଧ୍ୟାଦେଶ ଅନୁସାରେ ସମସ୍ତ ବିଶ୍ଵବିଦ୍ୟାଳୟ ଗୋଟିଏ ଆଇନ ବା ବିଶ୍ଵବିଦ୍ୟାଳୟ ଆଇନ ୧୯୮୯ରେ ସମ୍ମିଳିତ କରାଯିବ ସହିତ ରେଭେନ୍ସା ବିଶ୍ଵବିଦ୍ୟାଳୟ ଆଇନ ୨୦୦୫,ଖଲିକୋଟ ବିଶ୍ଵବିଦ୍ୟାଳୟ ଆଇନ ଓ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଆଇନ ଖାରଜ କରାଯିବ।ରାଜ୍ୟରେ କୌଣସି ମଧ୍ଯ ସରକାରୀ ବିଶ୍ଵବିଦ୍ୟାଳୟ NIRF ସୂଚୀରେ ସର୍ବୋଚ୍ଚ ୧୦୦ ମଧ୍ୟରେ ଆସୁନାହାନ୍ତି।ତେବେ ଏହି ସମୟରେ ଏଭଳି ନିଷ୍ପତିର ଯଥାର୍ଥ କଣ?
ପୂର୍ବରୁ ସିନେଟ୍ ବ୍ୟବସ୍ଥା ଥିଲା।ଏହି ସିନେଟ୍ ରେ UGCର ଜଣେ ପ୍ରତିନିଧି,କୁଳାଧିପତିଙ୍କ ପ୍ରତିନିଧି,ପୁରାତନ ଛାତ୍ର ପ୍ରତିନିଧି ,ବିଶିଷ୍ଟ ବ୍ୟକ୍ତିତ୍ୱ ବିଶ୍ଵବିଦ୍ଯାଳୟରେ ପଢୁଥିବା ଛାତ୍ର ନେତା ପ୍ରତିନିଧି ,ଶିକ୍ଷକ ପ୍ରତିନିଧି ,ଅଣ ଶିକ୍ଷକ ପ୍ରତିନିଧି,ବିଧାନ ସଭାରୁ ମନୋନୀତ ବିଧାୟକ ଦ୍ଵାରା ଗଠନ ହେଉଥିଲା।ସିନେଟ୍ ବିଶ୍ଵବିଦ୍ୟାଳୟର ସର୍ବୋଚ୍ଚ ନିଷ୍ପତି ତିଆରି ସଂସ୍ଥା ଥିଲା।ବର୍ତ୍ତମାନ ଏହି ସିନେଟ୍ କୁ ପଙ୍ଗୁ କରି ଦିଆଯାଇଛି।ଏହି ପଦକ୍ଷେପ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କର ପ୍ରତିନିଧିତ୍ଵ ଆଉ ରହିବ ନାହିଁ।ତେବେ ପୂର୍ବରୁ ଛାତ୍ର ସଂଘ ନିର୍ବାଚନ ବନ୍ଦ କରିବା ଏବଂ ବର୍ତ୍ତମାନ ଏହି ସିନେଟ୍ କୁ ଖାରଜ କରିଦେବା ଦ୍ବାରା ରାଜ୍ୟ ସରକାର ଛାତ୍ର ସମାଜର ସ୍ୱରକୁ ଚିରଦିନ ପାଇଁ ଚାପି ଦେବାର ସୁଷଡଯନ୍ତ୍ରର ଆଭାସ ସ୍ପଷ୍ଟ ବାରି ହେଉଛି।ବର୍ତ୍ତମାନ ସିଣ୍ଡିକେଟ୍ ସର୍ବୋଚ୍ଚ ସଂସ୍ଥା ରହିବ ଏବଂ ଏକ ମାତ୍ର ସଂସ୍ଥା ରହିବ ଓ ଏହି ଅଧିନିୟମ ଅନୁଯାୟୀ ଏହି ସଂସ୍ଥାରେ ରାଜ୍ୟ ସରକାରଙ୍କ ଏକାଧିକ ପ୍ରତିିନିଧି ରହିବେ।ତେବେ ରାଜ୍ୟ ସରକାର ନିଜର ବିଚାର ଓ ନିଜର ଦଳୀୟ ବିଷୟ ଏହି ସିଣ୍ଡିକେଟ୍ ମାଧ୍ୟମରେ ବିଶ୍ଵବିଦ୍ୟାଳୟରେ ରାଜନୀତିକରଣ କରିବେ ବୋଲି ଅନେକ ଶିକ୍ଷାବିତ୍ ପୂର୍ବାନୁମାନ କରିବା ସହ ଦୃଢ଼ ପ୍ରତିବାଦ କରିବା ଦେଖିବାକୁ ମିଳିଲାଣି।
ଏହି ଅଧ୍ୟାଦେଶରେ କୁଳପତି ଚୟନ ଓ କୁଳପତି ସମୟ କାଳରେ ଏକ ବଡ଼ ପରିବର୍ତ୍ତନ ଅଣାଯାଇଛି।ପୂର୍ବରୁ ରାଜ୍ୟ ସରକାରଙ୍କ କୁଳପତି ଚୟନରେ ପ୍ରତିନିଧିତ୍ଵ ରହୁନଥିଲା।ବର୍ତ୍ତମାନ କୁଳାଧିପତିଙ୍କ ଦ୍ଵାରା ଗଠିତ ସର୍ଚ୍ଚ କମିଟିରେ ସରକାରୀ ଲୋକ ରହିବେ ବୋଲି ଏହି ଅଧ୍ୟାଦେଶରେ ଉଲ୍ଲେଖ କରାଯାଇଛି।ତେବେ ସରକାରୀ ଲୋକ ରଖିବାର ଆବଶ୍ୟକତା କଣ ନା ସରକାରୀ ଲୋକଙ୍କ ନାମରେ ସରକାରୀ ଦଳର ବ୍ଯକ୍ତିବିଶେଷଙ୍କୁ ଥଇଥାନ କରିବାକୁ ପ୍ରୟାସ କରାଯାଉଛି ? କୁଳପତି ଚୟନରେ ସରକାରୀ ଦଳର ସଂପୃକ୍ତି ଦୁର୍ନୀତିକୁ ଜନ୍ମ ଦେବନି ତ ଏହି ଭଳି ଅନେକ ପ୍ରଶ୍ନ ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ମାନଙ୍କ ମନରେ ଉଙ୍କି ମାରିବା ଆରମ୍ଭ ହୋଇଛି।ଏହି ଅଧିନିୟମ ଅନୁଯାୟୀ ବୟସ ସୀମା ୬୫ ରୁ ଉର୍ଦ୍ଧ୍ବ ହୋଇ ୬୭ ହୋଇଯିବ।କୁଳପତି ଆବେଦନ ପାଇଁ ବୟସ ସୀମା ୬୨ ରୁ ୬୩ କୁ ଉର୍ଦ୍ଧ୍ବ କରିବା ଯୋଗୁଁ କିଛି ଏହି ସଂଶୋଧନ ଅନୁସାରେ ପୁନଃ ଆବେଦନ ପାଇଁ ସଂଶୋଧନ କଲେ ତେଣୁ ଗୋଟିଏ ବର୍ଷ ବଢିଯିବା ଫଳରେ ବ୍ୟକ୍ତି ଏହି ପଦବୀ ଆବେଦନରୁ ବଞ୍ଚିତ ହୋଇଯିବା ଜଣାପଡ଼ିଛି।ତେବେ ଏହାକୁ ଏକ ବର୍ଷ ବଢେଇବା ଅପେକ୍ଷା ଅଧିକ ବଢାଇବାର ଆବଶ୍ୟକତା ଅଛି।କୁଳପତିଙ୍କ ସମୟ ସୀମା ୩ ରୁ ୪ ବର୍ଷ ପର୍ଯ୍ୟନ୍ତ ଉର୍ଦ୍ଧ୍ବ କରାହେଲା ଏହା ହୁଏ ତ ଆବଶ୍ୟକତା ହୋଇପାରେ କିନ୍ତୁ ଏଭଳି ସଂଶୋଧନ ସରକାରଙ୍କ ନ୍ଯସ୍ତ ସ୍ବାର୍ଥ ଥିବା ଜଣାପଡୁଛି।ନିର୍ଦ୍ଧିଷ୍ଟ ଅଧ୍ୟାପକ ଯେଉଁମାନେ ଶାସକ ଦଳର ଇଙ୍ଗିତରେ କାମ କରିବା ପାଇଁ ବଚନବଦ୍ଧ ତାଙ୍କୁ ନିଯୁକ୍ତି ଦେବାରେ ଏହା ସିଧାସଳଖ ପ୍ରଭାବିତ କରିବ।କହିବାର ସ୍ଵାଭାବିକ କାରଣ ଅଛି କାରଣ ଦେଖିଲେ ଜଣାପଡୁଛି ଯେ ସମସ୍ତ ରାଜ୍ୟ ବିଶ୍ଵବିଦ୍ୟାଳୟରେ ଦୁର୍ନୀତି ଓ ସେହି ଦୁର୍ନୀତିରେ କର୍ତ୍ତୁପକ୍ଷଙ୍କ ଯୋଗଦାନ ଓଡ଼ିଶାରେ ନୂଆ ନୁହଁ।ବର୍ତ୍ତମାନ ମଧ୍ୟ ଏକାଧିକ ବିଶ୍ଵବିଦ୍ୟାଳୟରେ ଭିଜିଲାନ୍ସ ଦ୍ଵାରା ଧରା ପଡିଥିବା କୁଳପତି ଏବେ ବି କୁଳପତି ଦାୟିତ୍ଵରେ ଅଛନ୍ତି।ଯେତେବେଳେ ଗତ ବର୍ଷ କୁଳାଧିପତି ଦୁଇ ବର୍ଷର ହିସାବ ସମୀକ୍ଷା (Audit) କଲେ ଏବଂ ବିଭିନ୍ନ ଅନିୟମିତତା ଦେଖାଗଲା ଓ ସେଥିରେ ସରକାରୀ ଦଳର ଲୋକ ମାନଙ୍କ ସଂପୃକ୍ତି ଥିଲା ତେଣୁ ତାକୁ ଘଣ୍ଟ ଘୋଡେଇବା ପାଇଁ ଏକ ପରିବର୍ତ୍ତନ ଆଣିଲେ ଯାହା ଏହି ଅଧ୍ୟାଦେଶରେ ଉଲ୍ଲେଖ କରାଯାଇଛି ଯେ ବର୍ତ୍ତମାନ ହିସାବ ସମୀକ୍ଷା (Audit) ରେ କୁଳାଧିପତିଙ୍କ ଅଧିକାର ରହିବ ନାହିଁ ଏବଂ ଅନ୍ ଲାଇନ୍ ମାଧ୍ୟମରେ ଏହା ପ୍ରକାଶ ପାଇବ।ଏବଂ ବିଧାନ ସଭାରେ ନିଷ୍ପତି ହେଲା ପରେ ହିଁ କୁଳାଧିପତି ସେହି ବିଶ୍ବବିଦ୍ଯାଳୟରେ ହିସାବ ସମୀକ୍ଷା (Audit) କରିପାରିବେ।
ବର୍ତ୍ତମାନ ଏହି ଅଧିନିୟମ ଅନୁଯାୟୀ ଅଧ୍ୟାପକ ନିଯୁକ୍ତି OPSC କରିବ ଏବଂ ଅଣ ଶିକ୍ଷକ ପଦବୀ SSB କରିବ ବୋଲି କୁହାଯାଇଛି।ବିଶ୍ଵବିଦ୍ୟାଳୟରେ ନିଯୁକ୍ତି ଗବେଷଣା ଓ ବିଶେଷତ୍ଵ ଉପରେ ଆଧାର ହୋଇଥାଏ।ତେବେ ଏହି OPSC ଏହାର ସଂପୂର୍ଣ୍ଣ ରୂପେ ପରିଚାଳନା କରିପାରିବା ଉପରେ ସନ୍ଦେହ ଦେଖାଯାଉଛି।ଗୋଟିଏ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ନିଯୁକ୍ତି ବେଳେ ସେହି ବିଶ୍ଵବିଦ୍ୟାଳୟ ବିଭାଗ ମାନଙ୍କର ଅଧ୍ୟାପକ ମାନଙ୍କର ଗବେଷଣା ଓ ସବିଶେଷ ଆଧାରରେ ନିଯୁକ୍ତି ହୋଇଥାଏ।OPSC ଦ୍ଵାରା ବିଶ୍ଵବିଦ୍ୟାଳୟର ବିଭାଗୀୟ ନିର୍ଦ୍ଧିଷ୍ଟ ଆବଶ୍ୟକତା ବୁଝି ହେବ ଭଳି କୌଣସି ପ୍ରାବଧାନ ନାହିଁ।OPSC ଦ୍ଵାରା ହୋଇଥିବା ପରୀକ୍ଷା ଗୁଡିକରେ ଅନେକ ତ୍ରୁଟି ଦେଖାଯାଇଛି ଏହା ପୁନର୍ବାର ହେବନି ତ।OPSC ର ଅପାରଗତା ଏହି ଉଦାହରଣରୁ ଜଣାପଡେ ଯେ ଗତ କିଛି ଦିନ ତଳେ ଅଧ୍ୟାପକ ନିଯୁକ୍ତିରେ ଜୀବ ବିଜ୍ଞାନର ପ୍ରାର୍ଥୀ ମାନେ ଉଦ୍ଭିଦ ବିଜ୍ଞାନ ବା ପ୍ରାଣୀ ବିଜ୍ଞାନର ପ୍ରାର୍ଥି ସହିତ ସମାନ ବୋଲି OPSC ସୂଚନା ଦେବା ସତ୍ତ୍ବେ ଏହି ବିଷୟକୁ CSIR NET ରେ ମାନ୍ୟତା ମିଳିବା ପରେ ମଧ୍ୟ OPSC ଜୀବ ବିଜ୍ଞାନର ପ୍ରାର୍ଥି ମାନଙ୍କୁ ସ୍ବୀକାର କରେ ନାହିଁ।ଏହି ଉଦାହରଣ ଦେବାର ଅର୍ଥ ହେଉଛି ଯେଉଁ OPSCର ଗବେଷଣା ଉପରେ ଯଥେଷ୍ଟ ଜ୍ଞାନ ନାହିଁ ସେ ବିଶ୍ଵବିଦ୍ୟାଳୟ ନିଯୁକ୍ତି ଠିକ୍ ସେ କରିପାରିବା ନେଇ ବିଶ୍ବାସ ହେଉନାହିଁ।ନିଯୁକ୍ତି ନାମରେ OPSC ଓ SSB ର ଦୁର୍ନୀତି ଗଳା ବାଟ ଖୋଲୁ ନାହିଁ ତ।ଏ ନେଇ ବିଭିନ୍ନ ପ୍ରଶ୍ନ ଶିକ୍ଷାବିତ୍ ଓ ସାଧାରଣ ଛାତ୍ରଛାତ୍ରୀ ମନରେ ପ୍ରଶ୍ନ ଉଠିଛି।
ଯେତେବେଳେ ସାରା ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି ଦ୍ଵାରା ମହାବିଦ୍ୟାଳୟ ମାନଙ୍କୁ ସ୍ୱାୟତ୍ତତା ଦେବା କଥା କୁହାଯାଇଛି।ଆମ ରାଜ୍ୟ ସରକାର ବିଶ୍ଵବିଦ୍ୟାଳୟ ମାନଙ୍କ ସ୍ୱାୟତ୍ତତା ଛଡ଼େଇ ନେବାକୁ ଚେଷ୍ଟା କରୁଛନ୍ତି।ରାଜ୍ୟରେ କରୋନାର ପ୍ରଭାବ ବଢିବା ସହିତ ବନ୍ୟା ତାଣ୍ଡବରେ ଜୀବନଜୀବିକା ପ୍ରଭାବିତ ହୋଇ ପଡିଥିବା ବେଳେ ସରକାର ଏହି ସବୁ ବିଷୟ ଚିନ୍ତା ନକରି ହଠାତ୍ ତରବରିଆ ଭାବେ ଏହି ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ଆଣିବା ଶିକ୍ଷାବିତ୍ ମାନଙ୍କ ମଧ୍ୟରେ ବିରାଟ ପ୍ରଶ୍ନବାଚୀ ଠିଆ ହୋଇଛି।ଏହି ପଦକ୍ଷେପ ଦ୍ଵାରା ସରକାର ଶିକ୍ଷା ପରିସରରେ ରାଜନୀତିକରଣ କରିବା ପାଇଁ ସୁଷଡଯନ୍ତ୍ରର ରଚନା ରଚୁଥିବା ଅଭିଯୋଗ କରିଛି ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ।ଏହି ନିୟମକୁ ନେଇ ରାଜ୍ଯର କୋଣଅନୁକୋଣରେ ବିରୋଧ ପ୍ରଦର୍ଶନ ହେବା ମଧ୍ଯ ଦେଖିବାକୁ ମିଳିଛି।ଏମିତିକି ବିଭିନ୍ନ ବିଶ୍ଵବିଦ୍ୟାଳୟର ପୁରାତନ ଛାତ୍ର ସଂଘ ଓ ଅନେକ ବୁଦ୍ଧିଜୀବୀ ସଂଘ ତରଫରୁ ଶିକ୍ଷା ବିରୋଧୀ ଓ ସ୍ବାୟତ୍ତ ଘୂର୍ଣ୍ଣ କରିବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି।ଧିରେ ଧିରେ ଛାତ୍ର ସମାଜ ଓ ଶିକ୍ଷାବିତ୍ ମହଲରେ ଏହି ନିଷ୍ପତି ବିରୋଧରେ ଅସନ୍ତୋଷର ବହ୍ନି ନିଆଁରେ ପରିଣତ ହେବାକୁ ଲାଗିଲାଣି।ତେଣୁ ତୁରନ୍ତ ନିଷ୍ପତ୍ତିକୁ ପୁନଃ ବିଚାର କରି ଛାତ୍ର ସମାଜର ସ୍ବାର୍ଥକୁ ଧ୍ଯାନ କେନ୍ଦ୍ରିତ କରିବାର ଆବଶ୍ଯକତା ରହିଛି।
ବୁଦ୍ଧଦେବ ବାଘ
୯୩୩୭୦୯୭୪୪୫
ସମ୍ବଲପୁର
Great work🙏
ReplyDeleteBaht Val step ho ... Tme thk vbi6
ReplyDeleteObviously nice and great work bro
ReplyDeleteNice
ReplyDelete