Wednesday, 10 February 2021

ଲୋକାଭିମୁଖୀ ବଜେଟ ୨୦୨୧

   ବିଗତ କିଛି ଦଶନ୍ଧି ଧରି ବଜେଟ ଭାରତର ଏକ ଗୁରୁତ୍ଵପୂର୍ଣ୍ଣ ଓ ଚର୍ଚ୍ଚାର ବିଷୟ ପାଲଟିଛି।ଏହା ଦେଶର ଅର୍ଥନୈତିକ ଉତ୍ସବ କହିଲେ ଅତ୍ୟୁକ୍ତି ହେବନାହିଁ।ବଜେଟ ଏକ ଏପରି ଦସ୍ତାବିଜ ଯାହା ସାଧାରଣ ଜନତାଙ୍କ ଜୀବନକୁ ପ୍ରଭାବିତ କରିଥାଏ।କୌଣସି ଦେଶର ଅର୍ଥନୀତି ଏହାର ଅର୍ଥନୈତିକ ନୀତି ଓ ଏହାର ପାଳନ ଉପରେ ନିର୍ଭରଶୀଳ ହୋଇଥାଏ।କେଉଁ ସମ୍ବଳକୁ କେତେ ଗୁରୁତ୍ଵ ଦିଆଯାଉଛି ଏହା ଦେଶର ଭାଗ୍ୟ ନିର୍ଦ୍ଧାରଣ କରିଥାଏ।ବଜେଟକୁ ଆମେ ଦେଶର ଅର୍ଥନୈତିକ ଯୋଜନା ମଧ୍ୟ କହି ପାରିବା।ଏହି ବାର୍ଷିକ ଅର୍ଥନୈତିକ ଯୋଜନା ଅର୍ଥ ମନ୍ତ୍ରାଳୟ (Finance Ministry) ପକ୍ଷରୁ ପ୍ରକାଶିତ ହୋଇଥାଏ।ସରକାରଙ୍କ ଦ୍ଵାରା ପ୍ରକାଶିତ ହେଉଥିବା ବଜେଟରେ ରାଜସ୍ୱ,ଆଦାୟ,ବ୍ୟୟ ଓ ଋଣ ଉପରେ ଚର୍ଚ୍ଚା ହୋଇଥାଏ ଯାହା ଦେଶର ଅର୍ଥନୈତିକ ଉନ୍ନତିକୁ ପରିଲକ୍ଷିତ କରିଥାଏ।ଏହି ବଜେଟ ଦ୍ଵାରା ସରକାରଙ୍କ ନୀତି ଧାରଣା ଏବଂ ସାମାଜିକ ଓ ରାଜନୈତିକ ଉଦ୍ଦେଶ୍ୟ ଜଣା ପଡ଼ିଥାଏ।ପ୍ରତିବର୍ଷ ଭଳି ୨୦୨୧ ରେ ମଧ୍ୟ ମାନନୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଏହି ବଜେଟ ଉପସ୍ଥାପିତ ହୋଇଥିଲା।ତେବେ ସାଧାରଣ ନାଗରିକ ଭାବେ ଏହାକୁ ଜାଣିବା ଓ ବୁଝିବା ଆମର ଅଧିକାର ଓ କର୍ତ୍ତବ୍ୟ ଅଟେ।
    ଏହି ବଜେଟ ୨୦୨୧ ରେ ୬ଟି ସ୍ତମ୍ଭକୁ ମଜବୁତ୍ କରିବା ପାଇଁ ପଦକ୍ଷେପ ନିଆଯାଇଛି।ସ୍ବାସ୍ଥ୍ୟ,ଭୌତିକ,ଭିତ୍ତି ଏବଂ ଆର୍ଥିକ ମୂଳଧନ,ଆତ୍ମନିର୍ଭର ଭାରତ,ମୂଳଧନ ସଶକ୍ତିକରଣ, ଗବେଷଣା (Research and Development) ଏବଂ Minimum Government and Maximum Governanceକୁ ଏହି ବଜେଟରେ ଗୁରୁତ୍ଵ ଦିଆଯାଇଛି।ଏହି ବଜେଟ ଅନୁଯାୟୀ ସରକାର Agriculture Infrastructure and Development Cess(AIDC),Basic Exercise Duty(BED),Extra Exercise Duty(EED)ର ମୂଲ୍ୟ କମ୍ କରିବେ ଯାହା ଦ୍ଵାରା ପେଟ୍ରୋଲ ଓ ଡିଜେଲ ଭଳି ଇନ୍ଧନର ଦାମ କମିଯିବ ଏବଂ ସାଧାରଣ ଜନତାଙ୍କ ଉପରୁ ବୋଝ କମିଯିବ।ସୁନା ଓ ରୁପା ଉପରେ ଥିବା Custom Duty କୁ କମ୍ କରାଯିବ।ଏହି ବର୍ଷ Income Tax Return Fillers ଙ୍କ ସଂଖ୍ୟା ୬.୪୮ କୋଟିକୁ ବୃଦ୍ଧି ପାଇଛି ବୋଲି ମାନନୀୟ ଅର୍ଥମନ୍ତ୍ରୀ ସୂଚନା ଦେବା ସହିତ ୭୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ଯିଏ ପେନସନ ଉପରେ ନିର୍ଭରଶୀଳ ତାଙ୍କୁ ଆଉ Income Tax Return ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଥିଲେ।FDI ର ବିମା ଯାହା ଆଗରୁ ୪୯% ଥିଲା ତାକୁ ବୃଦ୍ଧି କରାଯାଇ ୭୪% ପର୍ଯ୍ୟନ୍ତ କରାଯାଇଛି। 
   କୃଷି କ୍ଷେତ୍ର ପାଇଁ ଏକ ଐତିହାସିକ ନିର୍ଣ୍ଣୟ ନିଆଯାଇଛି।MSP ପ୍ରଣାଳୀରେ ଉତ୍ପାଦର ଦାମରୁ ଅତି କମ୍ରୁ ୧.୫ ଗୁଣ ଅଧିକ ଦର ହେବ ବୋଲି ଏହି ବଜେଟରେ କୁହାଯାଇଛି।ଏକ ହଜାରରୁ ଉର୍ଦ୍ଧ୍ବ ନୂତନ ମଣ୍ଡିକୁ Electronic National Market ସହିତ ଜଡିତ କରାଯିବ।ତେବେ ଏହି ବଜେଟ ଅନୁଯାୟୀ ସରକାର କୃଷି ଅବଶେଷ ଲକ୍ଷ୍ୟ (Agriculture Credit Target)କୁ ୧୬.୫ ଲକ୍ଷ୍ୟ କୋଟିକୁ ବୃଦ୍ଧି କରିବେ ବୋଲି ଘୋଷଣା କରିଛନ୍ତି।ଏହି ବଜେଟରେ ଏକ ନୂଆ ଯୋଜନାର ପ୍ରତିଫଳନ ଦେଖିବାକୁ ମିଳିଛି ଯାହା ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ନାମରେ ନାମିତ କରାଯାଇଛି।ଏହି ଯୋଜନା ପାଇଁ ସରକାର ୬୪,୧୮୦ କୋଟି ଟଙ୍କା ବ୍ୟୟ କରିବେ।ଏହି ଯୋଜନାରେ ସ୍ବାସ୍ଥ୍ୟ ଓ NCDC କୁ ସଶକ୍ତ କରାଯିବ।ଏକ ରାଷ୍ଟ୍ର ଏକ ରାସନ କାର୍ଡର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ଏହି ବଜେଟ୍ ଅଧିବେଶନରେ ଘୋଷଣା କରାଯାଇଛି।ଏହା ଦ୍ଵାରା ପ୍ରବାସୀ ମାନେ ଲାଭବାନ ହୋଇପାରିବେ।ନଭେମ୍ବର ୨୦୨୦ରେ ଘୋଷଣା ହୋଇଥିବା ହାଇଡ୍ରୋଜେନ ଶକ୍ତି ମିଶନକୁ ଲାଗୁ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଘୋଷଣା କରାଯାଇଛି।ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ନୂତନ ଏକ କୋଟି ପରିବାରକୁ ଲାଭ ମିଳିବ ବୋଲି ମନ୍ତ୍ରାଳୟ ତରଫରୁ ପ୍ରକାଶ କରାଯାଇଛି ଏବଂ ଜାମ୍ମୁ କାଶ୍ମୀରରେ ମଧ୍ୟ ଗ୍ୟାସ ପାଇପଲାଇନ ପ୍ରତିଷ୍ଠା କରାଯିବ।ଭାରତୀୟ ରେଳବାଇକୁ ୧,୧୦,୦୫୫ କୋଟି ଟଙ୍କାର ଅନୁଦାନ,ଗ୍ରାମୀଣ ବିକାଶ ପାଇଁ ୪୦,୦୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯିବ।ପଶ୍ଚିମବଙ୍ଗକୁ ୨୫,୦୦୦ କୋଟି ଟଙ୍କା,କେରଳକୁ ୬୫,୦୦୦ କୋଟି ଟଙ୍କା ଏବଂ ଆସାମକୁ ୩୪,୦୦୦ କୋଟି ରାସ୍ତା ଓ ରାଜପଥ ବାବଦକୁ ଦିଆଯିବ।ବାୟୁ ପ୍ରଦୂଷଣକୁ କମ୍ କରିବା ପାଇଁ ୪୨ଟି ସହରରେ ୨,୨୧୭ କୋଟି ଟଙ୍କା ଖର୍ଚ୍ଚ କରାଯିବ।ମାର୍ଚ୍ଚ ୨୦୨୨ ସୁଦ୍ଧା ୮,୫୦୦ ଏବଂ ୧୧,୦୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହେବ।୫ ବର୍ଷ ମଧ୍ୟରେ ଜଳ ଜୀବନ ମିଶନ(ସହର)କୁ ୨.୮୭ ଲକ୍ଷ୍ୟ କୋଟି ଟଙ୍କା ଅନୁଦାନ ସହିତ ଆରମ୍ଭ କରାଯିବ।କୋରୋନା ଟୀକା ପ୍ରସ୍ତୁତି ପାଇଁ ୩୫,୦୦୦ କୋଟି ଅନୁଦାନ ଦେବା ସହିତ ଅଧିକ ଦରକାର ପଡିଲେ ଦିଆହେବ ବୋଲି ଘୋଷଣା କରାଯାଇଛି।୧୦୦ ଟି ନୂତନ ସୈନିକ ସ୍କୁଲ ଖୋଲିବା ସହିତ Higher Education Commision of India କୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପଦକ୍ଷେପ ନେବେ ବୋଲି କୁହାଯାଇଛି।ତେବେ ପ୍ରଥମ ଥର ଏହି ବଜେଟ କାଗଜ ଶୂନ୍ୟ (Paper Less) ହୋଇଥିବା ବେଳେ ଏହା ଏକ ନୂଆ ଆପ ମାଧ୍ୟମରେ ସାଧାରଣ ଜନତା ପାଖକୁ ପହଞ୍ଚି ପାରିବ।ଏହି ବଜେଟରେ ଆତ୍ମନିର୍ଭରଶୀଳ ଭାରତକୁ ଗୁରୁତ୍ଵ ଦିଆଯାଇଥିବା ସହ 5 ଟ୍ରିଲିଅନ ଡଲାର ଅର୍ଥନୀତି ଆଡ଼କୁ ଭାରତ ଯିବା ପାଇଁ ଲକ୍ଷ୍ୟ ରଖିଛି।ଆଶା କରାଯାଉଛି ଏହି ବଜେଟ କାର୍ଯ୍ୟକାରୀ ହେଲା ପରେ ଏହା ଲୋକାଭିମୁଖୀ ହୋଇପାରିବ।
  ମଧ୍ୟବିତ୍ତ ପରିବାର ପାଇଁ ଓ ପୂର୍ବରୁ ଘୋଷଣା ହୋଇଥିବା ଶିକ୍ଷା ପାଇଁ ୬% ବିଷୟରେ କିଛି ମଧ୍ଯ ଉଲ୍ଲେଖ ହୋଇନାହିଁ ବୋଲି କିଛି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।ତେବେ ଏହି ବଜେଟ କାର୍ଯ୍ୟକାରୀ କରିବା ପାଇଁ ସରକାର,ଅଧିକାରୀ ଓ ଜନତାର ସମ୍ପୂର୍ଣ୍ଣ ସହଯୋଗ ଆବଶ୍ୟକତା ରହିଛି।ଯାହା ଦ୍ଵାରା ଦେଶ ଉନ୍ନତି ପଥେ ଯିବା ସହିତ ଆତ୍ମନିର୍ଭଶୀଳ ହୋଇ ଜନସାଧାରଣଙ୍କ ବିକାଶର ମାନଦଣ୍ଡ ସଠିକ୍ ନିରୂପଣ ହୋଇପାରିବ।କରୋନା ମହାମାରୀ ଭଳି ବିପଦ ସମୟରେ ସରକାର ଆଗତ କରିଥିବା ବଜେଟ ବିଭିନ୍ନ ଦିଗକୁ ପ୍ରାଧାନ୍ଯ ଦେଇ ଗୁରୁତ୍ବ ଦିଆଯିବା ଦେଖିବାକୁ ମିଳିଛି।ଯାହା ଭାଙ୍ଗି ପଡିଥିବା ମେରୁଦଣ୍ଡ ସଳଖ ହେବା ଦିଗରେ ଜନସାଧାରଣଙ୍କ ଜୀବନଜୀବିକାକୁ ପୁନଃ ଜୀବିତ କରିପାରିବା ସକରାତ୍ମକ ଆଶା ରହିଛି। 

ବୁଦ୍ଧଦେବ ବାଘ
ସମ୍ବଲପୁର,ଓଡ଼ିଶା
୯୩୩୭୦୯୭୪୪୫

No comments:

Post a Comment

Red Empire Memories

Wo Red Empire ki yadein,,      Wo Ravenshawvian's ka tag,, Wo hazaron dibarein,,,      Or uski har ankahi baat. Kitna unlucky tha na,,, ...