Wednesday, 21 October 2020

ଲୁହ


କେବେ ତୁମେ ଚାଲିଆସ ଜୁଇର ନିଆଁରେ 
ତ' କେବେ ନୀରିହ ଶିଶୁର ଯନ୍ତ୍ରଣାରେ,
ଆଉ ସର୍ବଦା ଜୀବନର ସୁଖଦ ମୁହୂର୍ତ୍ତରେ 
ଆସି ଆଖିକୁ ଓଦାକର ଥରେ ଥରେ... 

କେବେ ତୁମେ ଚାଲି ଆସ ଅସହାୟର ଜୀବନରେ 
ଯିଏ ହରାଇ ବସିଛି ଆଶା, 
ଆଉ ପୁଣି କେବେ ବୁଭୁକ୍ଷ ଜନତାର ନୟନରେ 
ଯାହା ଭାଗ୍ୟରେ ନାହିଁ ପଖାଳ କଂସା। 


ଆସିଥାଅ ତୁମେ ଯୁଦ୍ଧର କରାଳ ବିଭୀଷିକାରେ, 
ପୁଣି ଆସିଥାଅ ତୁମେ ପ୍ରାକୃତିକ ଦୁର୍ବିପାକରେ
ଝରାଇ ଦେବାକୁ ଲହୁ, 
କିଂମୂଢବର୍ତ୍ତୀ ଅନ୍ତରରେ ଆମେ ତୁମ ରାଜତ୍ୱକୁ ସହୁ। 


ଅନୁତପ୍ତ ନୟରେ ତୁମେ ଆସିଥାଅ 
ଅପରାଧର ନିଦର୍ଶନ ସାଜି, 
ରହିଥାଅ ତୁମେ ପ୍ରତାରିତ ଚିତ୍ତେ 
ସବୁ ପ୍ରତିଶ୍ରୁତି ଭାଜି ।


ସ୍ମୃତି ସଂଗୀତର ସ୍ବର ଲହରାଇ 
କେବେ କେବେ ଆସ ପୁଣି ଶୈଶବରୁ ବାର୍ଧକ୍ୟର ସରହଦ ଯାଏ ଯେବେ ଏ ବୟସ ଛୁଇଁ, 
ତଥାପି ରହିଥାଅ ତୁମେ ନୟନାକାଶର ମୁକ୍ତ ବିହଙ୍ଗମ ହୋଇ।  


ନାମ - ସ୍ଥିତିପ୍ରଜ୍ଞା ସ୍ବାଇଁ 
କଟକ 
ଯୋଗାଯୋଗ - ୭୭୩୫୭୬୩୦୫୪

9 comments:

Red Empire Memories

Wo Red Empire ki yadein,,      Wo Ravenshawvian's ka tag,, Wo hazaron dibarein,,,      Or uski har ankahi baat. Kitna unlucky tha na,,, ...