ଆମର ଜ୍ଞାନ , ଅନୁଭୂତି ଓ ସମ୍ବେଦନଶୀଳତାକୁ ବିକଶିତ କରିବାର ଏକ ବଳିଷ୍ଠ ମାଧ୍ୟମ । ଏହା ଆମର ଶାରୀରିକ, ମାନସିକ ଓ ସମ୍ବେଗାତ୍ମକ ବିକାଶର ପ୍ରଥମ ସାଧକ ଅଟେ। କୌଣସି ରାଷ୍ଟ୍ରର ଭବିଷ୍ୟତ ସେ ଦେଶର ଶୈକ୍ଷିକ ସ୍ତର , ଶିକ୍ଷାର ପ୍ରତିମାନ , ଶିକ୍ଷା ପ୍ରଣାଳୀ , ରାଷ୍ଟ୍ର ଜୀବନର ଆବଶ୍ୟକତା ଅନୁସାରେ ଶିକ୍ଷାର ବିଭିନ୍ନ କ୍ଷେତ୍ର ଆଦି ଉପରେ ଆଧାରିତ ହୋଇଥାଏ। ଶିକ୍ଷାର ଅଭାବରେ ମଣିଷ ତାର ବିଚାର ଶକ୍ତି ହରାଇ ଥାଏ ଏଵଂ ବର୍ତ୍ତମାନ ଓ ଭବିଷ୍ୟତକୁ ସଠିକ୍ ରୂପେ ଗଢି ତୋଳିବାକୁ ହେଲେ ଏକ ବଳିଷ୍ଠ ଶିକ୍ଷା ନୀତିର ଆବଶ୍ୟକତା ରହିଥିଲା କାହିଁକି ନା ଆମ ଶ୍ଳୋକ ରେ ରହିଛି ଯେ "ସା ବିଦ୍ୟା ଯା ବିମୁକ୍ତୟେ" ଏବଂ ଦେଶ ସ୍ବାଧିନ ହେବା ପରେ ଆମ ଦେଶର ପ୍ରତ୍ୟେକ ନାଗରିକକୁ ଶିକ୍ଷିତ କରିଇବା ଉଦ୍ଦେଶ୍ୟରେ ଅଭିଯାନ ଆରମ୍ଭ ହୋଇଥିଲା କିନ୍ତୁ ସେତେବେଳ ଲର୍ଡ ମାଇକ୍କେଲ୍ ଆମ ଦେଶରେ ଏପରି ଏକ ଶିକ୍ଷାନୀତି ପ୍ରସ୍ତୁତ କରିଥିଲେ ଯେଉଁଥିରେ କମ୍ ଦରମାରେ କେହି ବି ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ହୋଇ ପାରିବେ । ପଶ୍ଚିମ ସଭ୍ୟତା ଢଙ୍ଗରେ ଶିକ୍ଷା ପ୍ରଣାଳୀ ପ୍ରସ୍ତୁତ କରିଥିଲେ ଯେଉଁଥିରେ ଆମ ଦେଶ ସଂସ୍କୃତି, ସଭ୍ୟତା ଓ ନୈତିକ ମୂଲ୍ୟ ଆଦିର ଅଭାବ ଅନୁଭୂତ ହେଉଥିଲା । ଏହାର ପରିଣାମ ଏହା ହେଉଥିଲା ଯେ ଦେଶର ଅନେକ ପିଢ଼ି ଶିକ୍ଷା ପ୍ରାପ୍ତ ତ କରୁଥିଲେ , କିନ୍ତୁ ଧୀରେ ଧୀରେ ନିଜ ପରମ୍ପରାକୁ , ସଂସ୍କୃତି ଠାରୁ ଦୂରେଇ ଯିବାକୁ ଲାଗିଲେ। ଏହି ସବୁ କାରଣରୁ ଆମ ଦେଶରେ ଏକ ନୂତନ ଶିକ୍ଷା ନୀତିର ଆବଶ୍ୟକତା ଅନୁଭୂତ ହେଲା ଏବଂ ବର୍ତ୍ତମାନର ନୂଆ ଶିକ୍ଷା ନୀତି -୨୦୨୦ ଭାରତୀୟ ସଂସ୍କୃତି ଓ ସଭ୍ୟତା , ପରମ୍ପରା ଆଦିର ଅନୁକୂଳ ରେ ଅନୁପ୍ରେରିତ ହେବା ସହ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିବା ଦିଗରେ ଯାହା ଏକ ମାଇଲଖୁଣ୍ଟ ହୋଇ ପାରିବ।
ଏହି ନୂତନ ଶିକ୍ଷା ନୀତିର ବଡ଼ ବୈଶିଷ୍ଟ୍ୟ ଏହା ହେଉଛି ଯେ ବିଦ୍ୟାଳୟର ଶିକ୍ଷା, ଉଚ୍ଚଶିକ୍ଷା , କୃଷି ଶିକ୍ଷା, ଆଇନ୍ ଶିକ୍ଷା, ଡାକ୍ତରୀ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ପରି ଧନ୍ଦା ମୁଳକ ଶିକ୍ଷା ମଧ୍ୟ ଏହାର ଅଧୀନରେ କରା ଯାଉଛି। ନୂତନ ଶିକ୍ଷା ନୀତି " ଶିକ୍ଷା ଅଧିକାର " ଆଇନର ପରିସରକୁ ବ୍ୟାପକ କରିଛି। ଏଥିରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ଶିକ୍ଷାର ଅନ
ଅନ୍ତର୍ଭୁକ୍ତ କରାଯାଇଅଛି। ନୂତନ ଶିକ୍ଷା ନୀତିରେ ପ୍ରାକ୍ ପ୍ରାଥମିକ ଶିକ୍ଷାର ମହତ୍ୱକୁ ସ୍ଵୀକୃତି ଦେଇ ପ୍ରାଥମିକ ଶିକ୍ଷା ଠାରୁ ଦ୍ବାଦଶ ମାନ୍ୟତା ପର୍ଯ୍ୟନ୍ତ ଶିକ୍ଷା ପାଇଁ ଏହି ଆଇନର ପରିସର କାର୍ଯ୍ୟକାରୀ କରିବାକୁ ବ୍ୟବସ୍ଥା କରାଯାଇଛି। ନର୍ସରୀ ରୁ ଦ୍ଵାଦଶ ପର୍ଯ୍ୟନ୍ତ ୫+୩+୩+୪ ସୂତ୍ର ଅନୁଯାୟୀ ନୂତନ ଶିକ୍ଷା ନୀତି ଚାରୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ପଞ୍ଚ ବର୍ଷର ପ୍ରଥମ ପର୍ଯ୍ୟାୟ ୩ ରୁ ୮ ବର୍ଷ ବୟସର ପିଲାମାନଙ୍କ ପାଇଁ , ଏହାକୁ ଫାଉଣ୍ଡେସନ ଷ୍ଟେଜ କୁହାଯାଏ। ଦ୍ଵିତୀୟ ପର୍ଯ୍ୟାୟ ରେ ୮ ରୁ ୧୧ ବର୍ଷର ପିଲାଙ୍କ ପାଇଁ , ୩ ରୁ ୫ ଶ୍ରେଣୀ ପର୍ଯ୍ୟନ୍ତ ଏହାକୁ ପ୍ରସୂତି ପର୍ଯ୍ୟାୟ କୁହା ଯାଏ । ତୃତୀୟ ପର୍ଯ୍ୟାୟ ରେ ୧୧ ରୁ ୧୪ ବର୍ଷର ପିଲାଙ୍କ ପାଇଁ , ୬ ରୁ ୮ ଶ୍ରେଣୀ ପର୍ଯ୍ୟନ୍ତ , ଏହାକୁ ମିଡିଲ୍ ଷ୍ଟେଜ କୁହାଯାଏ। ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ୧୪ ରୁ ୧୮ ବର୍ଷ ପିଲାଙ୍କ ପାଇଁ ୫ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ଏହାକୁ ଦ୍ଵିତୟ ପର୍ଯ୍ୟାୟ କୁହାଯାଏ।
ଏହି ଅଧୀନରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ଭାଷା ଏଵଂ ଗଣିତ ଉପରେ ଗୁରୁତ୍ୱ ଦିଆ ଯାଇଛି। ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ପିଲାମାନଙ୍କ ସହିତ ଲିଖିତ କୌଶଳ ଗୁରୁତ୍ୱ ଦେବା ବ୍ୟତୀତ ଭାଷା ମେଳା ଏବଂ ଗଣିତ ମେଳା ଆୟୋଜନ କରିବା ନୀତିରେ ମଧ୍ୟ ରହିଛି। ପାଠାଗାର ଏବଂ ଯୋଗାଯୋଗରେ ସଂସ୍କୃତିକୁ ଉଚ୍ଛାହିତ କରିବା ପାଇଁ ଲାଇବ୍ରେରି ଗୁଡ଼ିକର ଗୁରୁତ୍ବ ପୁନଃ ସ୍ଥାପିତ କରାଯାଇଛି। ଏଥିରେ ପିଲା , ଥିୟେଟର , ଚିତ୍ର ଓ ଲିଖିତ ସାମଗ୍ର ଲେଖିବା ଏବଂ ପ୍ରଦର୍ଶନ କରିବା ଭଳି କାର୍ଯ୍ୟକଳାପ ଆୟୋଜନ ଉପରେ ଗୁରୁତ୍ୱ ଦିଆ ଯାଉଅଛି।
ଶିକ୍ଷା ସମୟରେ ବିଷୟ ବସ୍ତୁର ଭାର ହ୍ରାସ କରିବା ବିଷୟ ନୂତନ ଶିକ୍ଷାରେ କୁହାଯାଇଛି। ଯାହା ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ର ଯୁକି ଯୁକ୍ତ ଶକ୍ତି ଦୃଢ଼ ହୋଇ ପାରିବ। ଏଥିପାଇଁ ୧୯୯୩ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଯସପାଲ୍ କମିଟିର ରିପୋର୍ଟ୍ କୁ ଲର୍ଣ୍ଣିଂ ୱିଥ ବର୍ଡନ୍ ଭାବରେ ଦର୍ଶାଯାଇଛି । ଏହି ରିପୋର୍ଟରେ କୁହା ଯାଇଛି ଯେ ଯଦି ଆମେ ବିଦ୍ୟାଳୟରେ ଦିଆ ଯାଉଥିବା ଶିକ୍ଷାକୁ ଅଧିକ ସାମଗ୍ରୀକ କରାଯିବ ତେବେ ତାହା ପିଲାଙ୍କ ମନରେ ନିଶ୍ଚୟ ଚାପ ସୃଷ୍ଟି କରିବା,ତେଣୁ ଶିକ୍ଷା କ୍ଷେତ୍ରରେ ସମ୍ବଳ, ଉତ୍ସାହ ଜନକ ବିଶ୍ଳେଷଣ ଭାବରେ ନୂତନ ଶିକ୍ଷାର ପ୍ରଣାଳୀ ସୃଷ୍ଟି ହେଉ। ନୂତନ ଶିକ୍ଷା ନୀତି ଅନୁସାରେ ହିନ୍ଦୀକୁ ବାଧ୍ୟତାମୁଳକ କରିବାକୁ ଆହ୍ବାନ ଦିଆଯାଉଅଛି। ପିଲାମାନେ ବିଦ୍ୟାଳୟ ବୋର୍ଡ ପରୀକ୍ଷାରେ ସେମାନଙ୍କର ଭାଷାଗତ ଦକ୍ଷତା ପ୍ରଦର୍ଶିତ କରିପାରିବେ ତିନୋଟି ଭାଷାରେ। ଏହା ବ୍ୟତୀତ ପ୍ରାଥମିକତା ଉପରେ ବହୁଭାଷି ଭାଷା ଏବଂ ପିଲାମାନଙ୍କର ମାତୃଭାଷାକୁ ବୁଝୁଥିବା ଭାଷା ଶିକ୍ଷକଙ୍କ ଉପଲବ୍ଧତା ଉପରେ ମଧ୍ୟ ଆଲୋଚନା ହୋଇଛି। ଏହି ସମସ୍ତ ଜାତୀୟ ସ୍ତରରେ ବିଭିନ୍ନ ରାଜ୍ୟର ଦୃଶ୍ୟମାନ ହେଉଛି। ତେଣୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ଯଥା ସମ୍ଭବ ମାତୃଭାଷାରେ ଶିକ୍ଷା ଗ୍ରହଣ ଉପରେ ଗୁରୁତ୍ୱ ଦିଆ ଯାଉଅଛି। । ଯେଉଁ ଠାରେ ଘର ଓ ବିଦ୍ୟାଳୟ ଭାଷା ଭିନ୍ନ ସେଠାରେ ଦୁଇ ଭାଷାର ବ୍ୟବହାର କରାଯିବାର ପରାମର୍ଶ ଦିଆ ଯାଇଛି। ୟୂନେଷ୍କୋରେ ପ୍ରକାଶିତ ଗ୍ଲୋବାଲ ଏଯୁକେସନ୍ ମନିଟରିଂଗ୍ ରିପୋର୍ଟ ଅନୁଯାୟୀ ବିଶ୍ଵର ୪୦% ଛାତ୍ର ଛାତ୍ରୀ ସେମାନେ ବୁଝିବା ଭଳି ଭାଷାରେ ପାଠପଢ଼ାରୁ ବଞ୍ଚିତ। ଅପରପକ୍ଷରେ ଦୃତଗମ୍ ଇଁନୋଭେସନ୍ ଇଣ୍ଡେକ୍ସ୍କ ଅନୁଯାୟୀ ବିଶ୍ଵର ୫୦ ଟି ଶ୍ରେଷ୍ଟ ଦେଶରେ ଏଵଂ ୩୦ ଧନୀ ଦେଶ ମଧ୍ୟରୁ ୨୮ ଦେଶରେ ୯୦% ଭାଗଶିକ୍ଷାନୁଷ୍ଠାନରେ ମାତୃଭାଷାରେ ହିଁ ଶିକ୍ଷାଦାନର ମାଧ୍ୟମ ହେଇଛି।
ଅନୁମୋଦିତ ହୋଇଥିବା " ନୂଆ ଶିକ୍ଷା ନୀତି ୨୦୨୦" ଭାରତର ଶିକ୍ଷା ଇତିହାସର ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହବ। ଏହି ବିସ୍ତୃତ, ସଂପୂର୍ଣ୍ଣ, ଛାତ୍ରକୈନ୍ଦ୍ରକ , ନମନୀୟ ଓ ଦୂରଦର୍ଶୀ ଶିକ୍ଷାନୀତି ଦେଶର ବିକାଶ ପଥ କୁ ସୁଗମ କରିବାର ଓ ଦେଶକୁ ଏକ ଉଜ୍ଜ୍ୱଳ ଜ୍ଞାନ ଶ୍ରୟୀ ସମାଜ ରେ ପରିଣତି କରିବାରେ ଏକ ଗୁରୁତତ୍ୱପୂର୍ଣ ଭୂମିକା ନିର୍ବାହ କରିବ । ନୂଆ ଶିକ୍ଷା ନୀତି ଦୀର୍ଘ ବର୍ଷ ପରେ ପରିବର୍ତ୍ତନ ହୋଇଛି। ତେଣୁ ଏହା କିପରି ଭାବେ ପ୍ରଭାବଶାଳୀ ଓ ଫଳ ପ୍ରଦ ହୋଇ ପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ହେବ। ଯଦି ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରନ୍ତି ତେବେ ଭାରତର ଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରି ପରିବର୍ତ୍ତନ ନିଶ୍ଚୟ ଦେଖାଯିବ।
" ନ ଚୋର ହର୍ୟାମ୍ , ନ ଚ ରାଜା ହର୍ୟାମ୍
ନ ଭାତ୍ରା ଭାଜ୍ୟମ୍ ନ ଚ ଭାରକାରୀ
ବ୍ୟକ୍ତିର କୃତି ବର୍ତ୍ତତେ କର୍ତ୍ୟମ୍
ବିଦ୍ୟା ,ଧନ ସର୍ବଧନ ପ୍ରଧାନଚାମ୍"
ମଧୁସ୍ମିତା ସେନାପତି
ଫୁଲନଖରା,କଟକ
୮୧୧୭୯୯୦୫୭୮
No comments:
Post a Comment